ଭାରତ ଏକ କୃଷିପ୍ରଧାନ ଦେଶ । ଏଠାରେ ମୁଖ୍ୟତଃ ପାରମ୍ପରିକ ଫସଲଗୁଡ଼ିକର ଚାଷ କରାଯାଇଥାଏ । କିନ୍ତୁ, ଆଜିକାଲି କୃଷିକ୍ଷେତ୍ରରେ ନୂଆ ନୂଆ ପରୀକ୍ଷା ନିରୀକ୍ଷା ଓ ପ୍ରୟୋଗ କରାଯିବାକୁ ଲାଗିଲାଣି । ଡ୍ରାଗନ୍ ଫ୍ରୁଟ୍ ଏକ ବିଦେଶୀ ଫଳ, ଯାହାକୁ ନିକଟ ଅତୀତରେ ଗୁଜରାଟ ସରକାର ‘କମଳମ୍’ ନାମରେ ନାମିତ କରିବାର ପ୍ରସ୍ତାବ ଦେଇଛନ୍ତି । ଆମ ଦେଶରେ ଏହାର ଚାଷ ନୂଆକରି କରାଯାଉଛି । ଏଥିପାଇଁ ଅନେକ ରାଜ୍ୟ ସରକାର ଅନୁଦାନ ମଧ୍ୟ ଯୋଗାଇଦେଉଛନ୍ତି । ଚାଷୀଙ୍କ ପାଇଁ ଏହି ଫଳର ଚାଷ ଲାଭଜନକ ସାବ୍ୟସ୍ତ ହୋଇପାରେ କାରଣ ଏହି ଗଛକୁ ଥରେ ଲଗାଇଲେ ତାହା 25 ବର୍ଷ ଧରି ଫଳ ଦେଇଥାଏ । ଚାଷୀଙ୍କ ଆୟକୁ ବୃଦ୍ଧି କରିବାର ଏହା ଏକ ସରଳ, ସୁବିଧାଜନକ ଓ ସୁନିଶ୍ଚିତ ଉପାୟ ଅଟେ ।
ଡ୍ରାଗନ୍ ଫ୍ରୁଟ୍ ର ବୈଜ୍ଞାନିକ ନାମ ହେଉଛି ହାଇଲୋସେରେସଣ୍ଡାଟସ୍ (Hyloceresundatus) । ଏହା ମାଲେସିଆ, ଥାଇଲାଣ୍ଡ, ଫିଲିପିନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଓ ଭିଏତନାମର ଏକ ଲୋକପ୍ରିୟ ଫଳ ଅଟେ । ଆଉ ଭାରତରେ, ବର୍ତ୍ତମାନ ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଏହି ଫଳର ଚାଷ କରାଯାଉଛି ।
ଡ୍ରାଗନ୍ ଫ୍ରୁଟ୍ କିସମ
ଡ୍ରାଗନ୍ ଫ୍ରୁଟ୍ କିସମ
ଡ୍ରାଗନ୍ ଫ୍ରୁଟ୍ ର ମୁଖ୍ୟତଃ 3ଟି କିସମ ଅଛି-
➥ ଧଳା ଡ୍ରାଗନ୍ ଫ୍ରୁଟ୍
➥ ନାଲି ଡ୍ରାଗନ୍ ଫ୍ରୁଟ୍
➥ ହଳଦିଆ ଡ୍ରାଗନ୍ ଫ୍ରୁଟ୍
ଡ୍ରାଗନ୍ ଫ୍ରୁଟ୍ ଚାଷ କରିବା ପାଇଁ ଆଦର୍ଶ ପାଣିପାଗ ଓ ମାଟି

ଜଳସେଚନର ସୁବିଧା ସୀମିତ ହୋଇଥିଲେ ମଧ୍ୟ ଏହି ଫଳର ଚାଷ ସହଜରେ କରାଯାଇପାରିବ । ଏହା ସବୁ ପ୍ରକାର ମାଟିରେ ବଢ଼ିପାରିଥାଏ । ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଜଳ ନିଷ୍କାସନର ଭଲ ସୁବିଧା ଥିବା ଜାଗାକୁ ଡ୍ରାଗନ୍ ଫ୍ରୁଟ୍ ଚାଷ ପାଇଁ ସବୁଠାରୁ ଉପଯୁକ୍ତ ବିବେଚନା କରାଯାଏ । ଭାରି ମାଟି ତୁଳନାରେ ହାଲୁକା ମାଟିରେ ଫଳର ଗୁଣବତ୍ତା ଏବଂ ରଙ୍ଗ ଅଧିକ ଭଲ ହୋଇଥାଏ, ମାଟିର pH ମାନ 5.5 ରୁ 6.5 ପର୍ଯ୍ୟନ୍ତ ଉପଯୁକ୍ତ ବୋଲି ବିବେଚନା କରାଯାଏ । ଡ୍ରାଗନ୍ ଫ୍ରୁଟ୍ ଫସଲ ଶକ୍ତିଶାଳୀ ସୂର୍ଯ୍ୟକିରଣ ଆବଶ୍ୟକ କରେ ନାହିଁ । ଉତ୍ତମ ଚାଷ ପାଇଁ, ସର୍ବାଧିକ ତାପମାତ୍ରା 50 * ସେଣ୍ଟିଗ୍ରେଡ୍ ଏବଂ ସର୍ବନିମ୍ନ ତାପମାତ୍ରା 10 * ସେଣ୍ଟିଗ୍ରେଡ୍ ହେବା ଉଚିତ୍, ଯାହା ଭଲ ଅମଳ ଦେଇପାରିବ ।
ଜୁନ୍ ରୁ ଜୁଲାଇ କିମ୍ବା ଫେବୃଆରୀରୁ ମାର୍ଚ୍ଚ ହେଉଛି ଡ୍ରାଗନ୍ ଫ୍ରୁଟ୍ ଲଗାଇବାର ସର୍ବୋତ୍ତମ ସମୟ, ଯଦି ଆପଣ ହାରାହାରି ବୃଷ୍ଟିପାତରୁ ଅଧିକ ଥିବା କିମ୍ବା ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ରୁହନ୍ତି, ତେବେ ଏପରି କ୍ଷେତ୍ରରେ, ସେପ୍ଟେମ୍ବର କିମ୍ବା ଫେବୃଆରୀରୁ ମାର୍ଚ୍ଚ ମାସ ହେଉଛି ରୋଇବାର ପ୍ରକୃଷ୍ଟ ସମୟ । ଗଛର ରୋପଣ ଏହି ସମୟରେ କରାଯିବା ଆବଶ୍ୟକ । ଆଉ, ଗଛଗୁଡ଼ିକ ଭଲ ଭାବରେ ସ୍ଥାପିତ ନ ହେବା ପର୍ଯ୍ୟନ୍ତ, ପ୍ରତିଦିନ ସନ୍ଧ୍ୟା ସମୟରେ ହାଲୁକା ଜଳସେଚନ କରାଯିବା ଉଚିତ୍ ।
ଡ୍ରାଗନ୍ ଫ୍ରୁଟ୍ ଚାଷ କରି ଚାଷୀମାନେ ଭଲ ପଇସା ରୋଜଗାର କରିପାରିବେ
ଡ୍ରାଗନ୍ ଫ୍ରୁଟ୍ ବୁଣିବାର ପଦ୍ଧତି

ଡ୍ରାଗନ୍ ଫ୍ରୁଟ୍ ଉଭୟ ବିହନ ଏବଂ କଟା ପଦ୍ଧତି ଦ୍ୱାରା ଲଗାଯାଇପାରେ, କିନ୍ତୁ ବ୍ୟବସାୟିକ ଦୃଷ୍ଟିରୁ କଟା ପଦ୍ଧତି ଅଧିକ ସଫଳ ହୋଇଥାଏ, ବିହନରୁ ଗଛର ବିକାଶର ଗତି ଅତି ମନ୍ଥର ହୋଇଥାଏ, ହେଲେ କଟାଗଛ ରୋପଣ କରାଗଲେ ଏକ ବର୍ଷରେ ଅମଳ ମିଳିପାରିଥାଏ । କଟା ରୋଇବା ପୂର୍ବରୁ, କ୍ଷେତରେ ଗଛକୁ ଧରି ରଖିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍, ତେଣୁ ଏଥିପାଇଁ 6 ରୁ 8 ଫୁଟ ଉଚ୍ଚତା ବିଶିଷ୍ଟ ଲୁହା ପାଇପ୍ କିମ୍ବା ସିମେଣ୍ଟ ପାଇପ୍ ବ୍ୟବହାର କରାଯାଇପାରିବ ।
ଗଛଗୁଡ଼ିକ ମଧ୍ୟରେ 8 * 8 ଫୁଟ ଦୂରତା ରଖିବା ଉଚିତ, ଏବଂ ଦୁଇଟି ଧାଡ଼ି ମଧ୍ୟରେ 5 * 5 ଫୁଟ ଦୂରତା ରଖିବା ଉଚିତ । ଏହି ଉପାୟରେ ଏକର ପିଛା 1500-1600 ଚାରା ଲଗାଯାଇପାରିବ । କଟା ଡ୍ରାଗନ୍ ଫଳ ଗଛ ଏକ ବିଶ୍ୱସନୀୟ ନର୍ସରୀରୁ ନିଆଯିବା ଉଚିତ୍ । ଗୋଟିଏ ଗଛର ଦାମ୍ ପ୍ରାୟ 60 ରୁ 100 ଟଙ୍କା ମଧ୍ୟରେ ରହିଥାଏ । 3 ରୁ 4 ଫୁଟ ଗଭୀର ଗାତ ଖୋଳି ଛାଡ଼ିଦିଅନ୍ତୁ, 3 ରୁ 4 ଫୁଟ ଗଭୀର ଗାତ ଖୋଳି ଛାଡ଼ିଦିଅନ୍ତୁ, ରୋଇବା ପୂର୍ବରୁ ଗାତରେ 50:20:30 ଅନୁପାତରେ ଜୈବିକ ଖତ, ବାଲି ଓ ମାଟି ବ୍ୟବହାର କରାଯିବା ଉଚିତ୍ ।
ଡ୍ରାଗନ୍ ଫ୍ରୁଟ୍ ରେ ଜଳସେଚନ
ଡ୍ରାଗନ୍ ଫ୍ରୁଟ୍ ରେ ଜଳସେଚନ
ଡ୍ରାଗନ୍ ଫ୍ରୁଟ୍ କିସମ
ଡ୍ରାଗନ୍ ଫ୍ରୁଟ୍ ର ମୁଖ୍ୟତଃ 3ଟି କିସମ ଅଛି-
➥ ଧଳା ଡ୍ରାଗନ୍ ଫ୍ରୁଟ୍
➥ ନାଲି ଡ୍ରାଗନ୍ ଫ୍ରୁଟ୍
➥ ହଳଦିଆ ଡ୍ରାଗନ୍ ଫ୍ରୁଟ୍
ଡ୍ରାଗନ୍ ଫ୍ରୁଟ୍ ଫୁଲ ଏବଂ ଫଳ
ଡ୍ରାଗନ୍ ଫ୍ରୁଟ୍ ଫୁଲ ଏବଂ ଫଳ
ସାଧାରଣତଃ ରୋପଣର 1ରୁ 1.5 ବର୍ଷ ପରେ, ଗଛରେ ଫଳ ଧରିବା ଆରମ୍ଭ ହୋଇଯାଏ, ଫଳ ଭଳି ଏହି ଗଛର ଫୁଲ ମଧ୍ୟ ଖୁବ୍ ସୁନ୍ଦର ଓ ଆକର୍ଷକ ଧଳା ରଙ୍ଗର ହୋଇଥାଏ, ଡ୍ରାଗନ୍ ଫ୍ରୁଟ୍ ବର୍ଷକୁ ପାଞ୍ଚମାସ ପାଇଁ ଫଳ ଦେଇଥାଏ । ଏହା ସାଧାରଣତଃ ଗ୍ରୀଷ୍ମଋତୁରେ ଫଳ ଦେଇଥାଏ । ଶରତ ଋତୁ ଆରମ୍ଭରୁ ମଧ୍ୟଭାଗ ପର୍ଯ୍ୟନ୍ତ, ଫୁଲ ଫୁଟିବାର ଏକମାସ ପରେ ଫଳଗୁଡ଼ିକ ପ୍ରସ୍ତୁତ ହୋଇଯାଏ । କଞ୍ଚା ଫଳଗୁଡ଼ିକ ଉଜ୍ଜ୍ୱଳ ସବୁଜ ରଙ୍ଗର ହୋଇଥାଏ । ଅମଳ କରାଯାଇଥିବା ପାଚିଲା ଫଳଗୁଡ଼ିକର ଓଜନ 300ରୁ 600 ଗ୍ରାମ୍ ହୋଇଥାଏ । ଫଳର ରଙ୍ଗ 2 ରୁ 4 ଦିନ ମଧ୍ୟରେ ହେବା ଉଚିତ୍, କିସମ ଅନୁଯାୟୀ ଫଳର ରଙ୍ଗ ଭିନ୍ନ ହୋଇପାରେ, ଗୋଟିଏ ଗଛରୁ ଅତି କମରେ 5-6 ଥର ଫଳ ତୋଳାଯାଇଥାଏ । ଯଦି ବଜାର ଦୂର ହୋଇଥାଏ ତେବେ ଫଳ ଟିକିଏ ଟାଣ ଥିବା ସମୟରେ ତାହାକୁ ତୋଳାଯିବା ଉଚିତ୍ । କିନ୍ତୁ ଯଦି ଫଳକୁ ରପ୍ତାନି କରାଯିବାର ଥାଏ, ତେବେ ଫଳ ରଙ୍ଗ ବଦଳିବାର ଗୋଟିଏ ଦିନ ମଧ୍ୟରେ ତାହାକୁ ତୋଳାଯିବା ଆବଶ୍ୟକ ।
ଡ୍ରାଗ୍ରନ୍ ଫ୍ରୁଟ୍ ଚାଷର ଲାଭ
ଡ୍ରାଗ୍ରନ୍ ଫ୍ରୁଟ୍ ଚାଷର ଲାଭ
କିସମ ଓ ଅନୁକୂଳ ପାଣିପାଗ ପରିସ୍ଥିତି ଥିଲେ 3ରୁ 6 ଥର ଫଳ ତୋଳାଯାଇଥାଏ । ଗୋଟିଏ ଗଛରୁ ପ୍ରାୟ 50ରୁ 100ଟି ଫଳ ମିଳିଥାଏ । ଏହି ଫଳଗୁଡ଼ିକର ଓଜନ 300 ରୁ 600 ଗ୍ରାମ୍ ମଧ୍ୟରେ ରହିଥାଏ ଏବଂ ଏହା ବଜାରରେ କିଲୋ ପିଛା 25 ରୁ 35 ଟଙ୍କାରେ ବିକ୍ରି ହୋଇଥାଏ । ତେଣୁ ଦେଖିବାକୁ ଗଲେ, ଗୋଟିଏ ଗଛରୁ ପାଖାପାଖି 12,500 ଟଙ୍କା ଏବଂ ଗୋଟିଏ ଋତୁରେ ଗୋଟିଏ ଏକରରୁ ପାଖାପାଖି 6 ରୁ 8 ଲକ୍ଷ ଟଙ୍କା ରୋଜଗାର କରାଯାଇପାରିବ । ବଜାରରେ ଗୋଟିଏ ଫଳର ଦାମ୍ 80 ରୁ 100 ଟଙ୍କା ମଧ୍ୟରେ ହୋଇଥାଏ । ତେଣୁ ଚାଷୀମାନେ ନିଜ ନିଜର ସୁବିଧା ଅନୁଯାୟୀ ଫଳକୁ ପାଇକାରୀ କିମ୍ବା ଖୁଚୁରା ବେପାରୀଙ୍କୁ ବିକି ଲାଭାନ୍ୱିତ ହୋଇପାରିବେ ।