ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ (BLB)
ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ (BLB)
ବୀଜାଣୁ ଜନିତ ପତ୍ରପୋଡ଼ା ଧାନର ଏକ ଗୁରୁତର ରୋଗ ଅଟେ । ରୋଗର ଗମ୍ଭୀରତା ଏବଂ ଧାନ କିସମର ରୋଗ ପ୍ରତି ସହନଶୀଳତା ଆଧାରରେ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ କାରଣରୁ 6-60% ଅମଳ ହାନି ଘଟିଥାଏ । ଏହି ରୋଗ କାରଣରୁ ଅଗାଡ଼ି ସଂଖ୍ୟା ବୃଦ୍ଧି ପାଏ, ଦାନାର ଓଜନ ଓ କେଣ୍ଡାର ସଂଖ୍ୟା କମିଯାଏ । କେଣ୍ଡା ଧରିବା ସମୟରେ ଏହି ରୋଗ ଫସଲକୁ ସର୍ବାଧିକ କ୍ଷତି ପହଞ୍ଚାଇଥାଏ । ଯେଉଁ କାରଣରୁ ଅମଳ ହାନି ଘଟିଥାଏ । ଏହି ରୋଗ ପିଲଧାରଣରୁ କେଣ୍ଡା ଧରିବା ପର୍ଯ୍ୟାୟରେ ଦେଖାଦେଇପାରେ
ରୋଗ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି
ରୋଗ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି
➥ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା (90%ରୁ ଅଧିକ) ଏବଂ ମଧ୍ୟମ ତାପମାତ୍ରା (26-30% ସେଲସିୟସ୍) ଏହି ରୋଗକୁ ସୁହାଇଥାଏ ।
➥ ପ୍ରବଳ ବର୍ଷା, କମ୍ କିନ୍ତୁ ବାରମ୍ବାର ବର୍ଷା ଏହି ରୋଗକୁ ସୁହାଇଥାଏ ।
➥ ଏହି ରୋଗ ପାଣିରେ ମଧ୍ୟ ବିଚ୍ଛୁରିତ ହୋଇ ବ୍ୟାପିପାରିଥାଏ ।
➥ ଯବକ୍ଷାରଜାନ ସାରର ଉଚ୍ଚ ମାତ୍ରା ଏବଂ ଗଛଗୁଡ଼ିକ ମଧ୍ୟରେ ବ୍ୟବଧାନ କମ୍ ଥିଲେ ମଧ୍ୟ ଏହି ରୋଗ ସହଜରେ ବ୍ୟାପିଥାଏ ।
➥ ବାଳୁଙ୍ଗା/ଅନାବନା ଘାସ, ଆକ୍ରାନ୍ତ ଗଛର ଅବଶେଷ ପ୍ରାଥମିକ ସଂକ୍ରମଣର ଉତ୍ସ ଭାବେ କାମ କରିଥାନ୍ତି ।
ବୀଜାଣୁ ଜନିତ ପତ୍ରପୋଡ଼ା ରୋଗର ଲକ୍ଷଣ
ବୀଜାଣୁ ଜନିତ ପତ୍ରପୋଡ଼ା ରୋଗର ଲକ୍ଷଣ
ଏହି ବୀଜାଣୁ କାରଣରୁ ଗଛଗୁଡ଼ିକ ଝାଉଁଳିଯାଆନ୍ତି କିମ୍ବା ଗଛଗୁଡ଼ିକର ପତ୍ରରେ ପୋଡ଼ା ଦାଗ ଦେଖାଦିଏ ।
ତଳି ଝାଉଁଳା ବା ‘କ୍ରେସେକ’ର ଲକ୍ଷଣ
ତଳି ଝାଉଁଳା ବା ‘କ୍ରେସେକ’ର ଲକ୍ଷଣ
➥ କ୍ଷେତରେ ‘କ୍ରେସେକ’ ନାମକ ତଳି ଝାଉଁଳା ରୋଗ ଗମ୍ଭୀର କ୍ଷତି ଘଟାଇଥାଏ । ଏହା ସାଧାରଣତଃ ଫସଲ ରୁଆର 3-4 ସପ୍ତାହ ମଧ୍ୟରେ ଘଟିଥାଏ ।
➥ ସଂକ୍ରମଣ କାରଣରୁ ଗଛଟି ସମ୍ପୂର୍ଣ୍ଣ ମରିଯାଏ ନ ହେଲେ ତାହାର କେତୋଟି ପତ୍ର ଝାଉଁଳିଯାଏ
ପତ୍ରପୋଡ଼ା ରୋଗର ଲକ୍ଷଣ
➥ ପତ୍ରରେ ହଳଦିଆ-କମଳା ରଙ୍ଗର ଗାରସବୁ ଦେଖାଯିବାକୁ ଲାଗେ । ଏହି ଗାରଗୁଡ଼ିକର ଧାର ଢେଉ ଢେଉକା ଥାଏ ଏବଂ ପତ୍ରର ତଳଆଡ଼କୁ ମାଡ଼ିଥାଏ ।
➥ ଏହି ଦାଗଗୁଡ଼ିକ ସମ୍ପୂର୍ଣ୍ଣ ପତ୍ରକୁ ଆଚ୍ଛାଦିତ କରିଦିଏ ଏବଂ ପତ୍ର ପ୍ରଥମେ ଧଳା ଓ ପରେ ଧୂସର ରଙ୍ଗ ଧାରଣ କରେ
➥ ନୂଆକରି ସୃଷ୍ଟି ହୋଇଥିବା ଦାଗରେ, ସକାଳୁ ସକାଳୁ ବୀଜାଣୁର ଦୁଧିଆ ଧଳା ତରଳ ପଡ଼ିଥିବାର ଲକ୍ଷ୍ୟ କରାଯାଇପାରେ ।
ବୀଜାଣୁ ଜନିତ ରୋଗ ଅନ୍ୟ ରୋଗଗୁଡ଼ିକଠାରୁ ଅଲଗା କେମିତି
ବୀଜାଣୁ ଜନିତ ରୋଗ ଅନ୍ୟ ରୋଗଗୁଡ଼ିକଠାରୁ ଅଲଗା କେମିତି
ନୂଆକରି ସଂକ୍ରମିତ ହୋଇଥିବା ଗୋଟିଏ ପତ୍ରକୁ ମଝିରୁ କାଟିଆଣନ୍ତୁ ଓ ତାହାକୁ ଏକ ସଫା ପାଣି ଥିବା ଗ୍ଲାସରେ ରଖନ୍ତୁ । କିଛି ମିନିଟ୍ ପରେ ଗ୍ଲାସକୁ ଆଲୁଅ ଆଡ଼େ ଉଠାଇ ଦେଖନ୍ତୁ । ପତ୍ରର କଟା ପାର୍ଶ୍ୱରୁ ଗାଢ଼ ବା କାଦୁଆ ତରଳ ପଦାର୍ଥ ବାହାରୁଥିବାର ଦେଖିପାରିବେ । ଏହାକୁ ବୀଜାଣୁର ପୂଜ କୁହନ୍ତି । ଏହି ପରୀକ୍ଷା କରି ଆପଣ କବକଜନିତ ରୋଗ ଓ ଖାଦ୍ୟସାର ଅଭାବଜନିତ ରୋଗ ନୁହେଁ ବରଂ ବୀଜାଣୁ ଜନିତ ରୋଗ ବୋଲି ସହଜରେ ବାରିପାରିବେ ।
ସୁପାରିସ:
ସୁପାରିସ:
➥ ରୋଗ ପ୍ରତିରୋଧୀ ଧାନ ହାଇବ୍ରିଡ୍ ଏରାଇଜ୍ ବ୍ରାଣ୍ଡ ବ୍ୟବହାର କରନ୍ତୁ । ବୀଜାଣୁ ଜନିତ ପତ୍ରପୋଡ଼ା ରୋଗକୁ ହ୍ରାସ କରିବ ପାଇଁ ଏରାଇଜ୍ 6129 ଗୋଲ୍ଡ (115-120 ଦିନ), ଏରାଇଜ୍ ତେଜ୍ ଗୋଲ୍ଡ (121-130 ଦିନ), ଏରାଇଜ୍ 6444 ଗୋଲ୍ଡ ଏବଂ ଏଜେଡ୍ 8433ଡିଟି (131-140 ଦିନ), ଏଜେଡ୍ ଧନୀ ଡିଟି (141-145 ଦିନ) ଚାଷ କରନ୍ତୁ ।
➥ ଅତ୍ୟଧିକ ଯବକ୍ଷାର ସାରର ପ୍ରୟୋଗକୁ ଏଡ଼ାନ୍ତୁ ଏବଂ ତାକୁ ସାରା ଋତୁରେ ଅନେକ ଥରରେ ବାଣ୍ଟି ପ୍ରୟୋଗ କରନ୍ତୁ ।
➥ପାଣିପାଗ ପରିସ୍ଥିତି ଅନୁକୂଳ ହୋଇଥିଲେ ଯବକ୍ଷାର ସାରର ଶେଷ ମାତ୍ରା ସହିତ ପଟାସ୍ ର ଅତିରିକ୍ତ ମାତ୍ରା ପ୍ରୟୋଗ କରନ୍ତୁ ।
➥ କିଆରୀକୁ ସଫା ରଖନ୍ତୁ । ବନ୍ଧ ଓ ନାଳିରୁ ଅନାବନା ଘାସ ପୋଷକ ଉଦ୍ଭିଦଗୁଡ଼ିକୁ ହଟାନ୍ତୁ ।
➥ ମାଟି ଓ ଗଛ ଅବଶେଷରେ ରହିଥିବା ରୋଗର କାରକଗୁଡ଼ିକୁ ମାରିବା ପାଇଁ କର୍ଷିତ/ହଳ କରାଯାଇଥିବା ଜମିକୁ ଶୁଖିବାକୁ ଦିଅନ୍ତୁ ।
➥ କପର୍ ଯୌଗିକ ଏବଂ ଏଣ୍ଟିବାୟୋଟିକ୍ ସ୍ପ୍ରେ କରନ୍ତୁ । କପର୍ ଅକ୍ସିକ୍ଲୋରାଇଡ୍ (COC) ଏବଂ ଷ୍ଟ୍ରେପ୍ଟୋସାଇକ୍ଲିନ୍ ର ମିଳିତ ସିଞ୍ଚନ ଭଲ ନିୟନ୍ତ୍ରଣ ଯୋଗାଇଥାଏ । ଏହା ରୋଗକୁ ପୁନର୍ବାର ସଂକ୍ରମିତ ହେବାରୁ ରକ୍ଷା କରିବାରେ ସହାୟତା କରିଥାଏ ।
ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!
ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!