ପୋଦିନା ବା ମେନ୍ଥ କୃଷିକ୍ଷେତ୍ରରେ ଏକ ଅର୍ଥକାରୀ ଫସଲ ଭାବେ ମଧ୍ୟ ଜଣାଶୁଣା ଅଟେ । ବହୁ ପୁରୁଣା କାଳରୁ ଆୟୁର୍ବେଦିକ ଔଷଧରେ ଏହାର ବହୁଳ ବ୍ୟବହାର ହୋଇଆସିଛି । ଏହି କାରଣ ପାଇଁ କାଶ୍ମୀର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଭାରତର ଅନେକ ଅଞ୍ଚଳରେ ପୋଦିନା ଚାଷ କରାଯାଇଥାଏ । ବର୍ତ୍ତମାନ, ଉତ୍ତରପ୍ରଦେଶର ଅନେକ ଜାଗାରେ ପୋଦିନାର ଚାଷ ବହୁଳ ମାତ୍ରାରେ କରାଯାଉଛି । କିନ୍ତୁ, ଉଚ୍ଚ ଚାହିଦା କାରଣରୁ ଏହାର ଚାଷ ଏବେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆଦୃତି ଲାଭ କରିବାରେ ଲାଗିଛି । ପୋଦିନାର ଉଚ୍ଚ ଚାହିଦା କାରଣରୁ, ଅନେକ କମ୍ପାନୀ ଚାଷୀମାନଙ୍କୁ ପୋଦିନା ଚାଷ କରିବା ପାଇଁ ବିହନ, ସାର ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଉଛନ୍ତି ଓ ଫସଲକୁ ଉଚ୍ଚତର ଦରରେ ମଧ୍ୟ କିଣିନେଉଛନ୍ତି ।
ଔଷଧରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀ ତଥା ଖାଦ୍ୟ ସାମଗ୍ରୀରେ ପୋଦିନା ତେଲର ବହୁଳ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ନିରନ୍ତର ଭାବେ ବୃଦ୍ଧି ପାଇଆସିଛି । ଯାହାଦ୍ୱାରା ଏହାର ଚାଷୀମାନେ ମଧ୍ୟ ଭଲ ଲାଭ ରୋଜଗାର କରିପାରୁଛନ୍ତି । ଭାରତ ପୋଦିନାର ସର୍ବବୃହତ୍ ଉତ୍ପାଦକ ଦେଶ ଅଟେ ।
ଅନେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ସମୟ ସମୟରେ ପୋଦିନା ଚାଷ ଉପରେ କର୍ମଶାଳା ଆୟୋଜନ କରୁଛନ୍ତି । ସରକାରଙ୍କ ଦ୍ୱାରା ପୋଦିନା ଚାଷ ପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି, ଯାହା ଅଧୀନରେ ଚାଷୀମାନେ ଅନୁଦାନ ପ୍ରାପ୍ତ କରି ପୋଦିନା ଚାଷ କରିପାରିବେ ।
ପୋଦିନାର ପ୍ରକାରଭେଦ
ପୋଦିନାର ପ୍ରକାରଭେଦ
ଭୌଗୋଳିକ ଅବସ୍ଥିତି ଏବଂ ଜଳବାୟୁ ପରିସ୍ଥିତିକୁ ଆଧାର କରି ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କିସମର ପୋଦିନା ଚାଷ କରାଯାଇଥାଏ । ପୋଦିନାର କେତୋଟି କିସମ ହେଲା ଜଳୀୟ ପୋଦିନା, ବୁଦ୍ଧିଆ ପୋଦିନା, ଜାପାନୀ ପୋଦିନା ଏବଂ କଳା ପୋଦିନା । ଜାପାନୀ ପୋଦିନା ସର୍ବାଧିକ ଆଦୃତ ପ୍ରଜାତି ଅଟେ, ଯାହା ମୁଖ୍ୟତଃ ଉତ୍ତରପ୍ରଦେଶଠାରେ ଚାଷ କରାଯାଇଥାଏ । ବିହାର, ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ମଧ୍ୟରେ ଏହାର ବହୁଳ ଚାଷ କରାଯାଇଥାଏ । ଏହି କିସମର ଚାଷ ଆର୍ଦ୍ର, ଏପରିକି ସନ୍ତସନ୍ତିଆ ଜାଗା, ଜଳ ନିଷ୍କାସନର ସୁବିଧା ନ ଥିବା ତୃଣଭୂମିରେ ମଧ୍ୟ କରାଯାଇପାରିବ । ଏପରି କ୍ଷେତ୍ରରେ, ଏହାର ଉଚ୍ଚତା 1 ମିଟର ପର୍ଯ୍ୟନ୍ତ ହୋଇଥାଏ, ପତ୍ରଗୁଡ଼ିକ ଅଣ୍ଡାକୃତି ଓ ଈଷତ୍ ନାଲି କିମ୍ବା ସବୁଜ ହୋଇଥାଏ । ସାଧାରଣତଃ, ଚାଷୀ ଗୋଟିଏ ବିଲରୁ 200-220 କିଲୋ ଅମଳ ଏବଂ 80-85 କିଲୋ ପୋଦିନା ତେଲ ପାଇଥାନ୍ତି ।
ଜଳବାୟୁ
ଜଳବାୟୁ
ପୋଦିନା ଚାଷ ସବୁ ପ୍ରକାର ପରିବେଶ ଏବଂ ଜଳବାୟୁରେ କରାଯାଇପାରିବ।
ଜମି
ଜମି
ଜଳ ନିଷ୍କାସନର ବ୍ୟବସ୍ଥା ଥିବା ହାଲୁକା ପଟୁ, ସାମନ୍ୟ ବାଲିଆ ମାଟି, 6ରୁ 7 PH ଥିବା ଜୈବିକ ମାଟି ଭଲ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଜମିରେ ଗଭୀର ହଳ କରାଯାଏ, ଜମିକୁ ବତର କରାଯାଇ ମଇ ଦିଆଯାଇଥାଏ ।
ଖତ ଓ ସାର
ଖତ ଓ ସାର
ସାର ବ୍ୟବହାର କରିବା ପୂର୍ବରୁ ମାଟିକୁ ନିଶ୍ଚିତ ଭାବେ ଯାଞ୍ଚ କରିନିଅନ୍ତୁ । ହଳ ଚଳାଇବା ସମୟରେ ମାଟିରେ 100 କିଲୋ ଗୋବର ଖତ ଏବଂ 150 କିଗ୍ରା ଏନପିକେ/ଏକର ମିଶାନ୍ତୁ । ଅନେକ ସ୍ଥାନରେ ସାଧାରଣତଃ ଜିଙ୍କ୍ ର ଅଭାବ ରହିଥାଏ । ତେଣୁ ଜମି ପ୍ରସ୍ତୁତି ସମୟରେ ମାଟିରେ 20 କିଗ୍ରା ଜିଙ୍କ୍ ସଲଫେଟ୍ ମିଶାଯିବା ଆବଶ୍ୟକ ।
ରୁଆ
ରୁଆ
ପୋଦିନା ରୁଆର ଉପଯୁକ୍ତ ସମୟ ହେଉଛି ଫେବୃୟାରୀ ମାସ ଶେଷଭାଗରୁ ମାର୍ଚ୍ଚ ମାସ । ରୁଆ ପାଇଁ ବିହନ ଏବଂ ସାକର ବ୍ୟବହୃତ ହୋଇଥାଏ । ବୁଣାଯାଉଥିବା ମାମଲାରେ ବିହନଗୁଡ଼ିକୁ ଟ୍ରାଇକୋଡର୍ମାରେ ବିଶୋଧନ କରାଯିବା ଉଚିତ । ଯଦି ଏହା ହୋଇଥାଏ ତେବେ ଧାଡ଼ିରୁ ଧାଡ଼ି ମଧ୍ୟରେ 4 ରୁ 4 ସେମି ଦୂରତା ରଖନ୍ତୁ ଓ ଗାତର ଗଭୀରତା 3 ସେମିରୁ ଅଧିକ ନ ହେବା ଉଚିତ୍ । ରୁଆ ପରେ ହାଲୁକା ପାଣି ମଡ଼ାନ୍ତୁ ।
ବାଳୁଙ୍ଗା/ଅନାବନା ଘାସ ଦମନ
ବାଳୁଙ୍ଗା/ଅନାବନା ଘାସ ଦମନ
ପୋଦିନା ଚାଷ ପାଇଁ, ବୁଣିବା ପୂର୍ବରୁ, ଚାଷୀଙ୍କୁ ଯନ୍ତ୍ର କିମ୍ବା ହାତରେ ବାଳୁଙ୍ଗା/ଅନାବନା ଘାସଗୁଡ଼ିକୁ ଦୂର କରିବାକୁ ପଡ଼ିଥାଏ ଏବଂ 30 ଦିନ ପରେ ସୁପାରିସକୃତ ଘାସମରା ବିଷର ପ୍ରୟୋଗ କରିବାକୁ ହୋଇଥାଏ । ପୋଦିନା ଫସଲ ଅତ୍ୟନ୍ତ ଘଞ୍ଚ ହେଉଥିବାରୁ ନିୟମିତ ଭାବେ ଫସଲର ଯାଞ୍ଚ କରନ୍ତୁ ଏବଂ ବାଳୁଙ୍ଗା/ଅନାବନା ଘାସକୁ ତୁରନ୍ତ ଦୂର କରନ୍ତୁ । ଆପଣ ଏହି କାମ ଘାସମରା ବିଷୟ ସିଞ୍ଚନ କରି ଅଥବା ହାତରେ ଓପାଡ଼ି କରିପାରନ୍ତି ।
ଆନ୍ତଃଫସଲ
ଆନ୍ତଃଫସଲ
ପୋଦିନାକୁ ଅନ୍ୟ ଫସଲଗୁଡ଼ିକ ସହିତ ମଧ୍ୟ ଚାଷ କରାଯାଇପାରିବ । ଯାହାଦ୍ୱାରା ଚାଷୀମାନେ ଅଧିକ ଲାଭବାନ୍ ହୋଇପାରିଥାନ୍ତି । ପୋଦିନା ସହିତ ବେଣା ଭଳି ଫସଲକୁ ଏକାଠି ପ୍ରଚୁର ମାତ୍ରାରେ ଚାଷ କରାଯାଇଥାଏ । କାରଣ ଉଭୟ ଫସଲକୁ ପାକଳ ହେବା ପାଇଁ 90 - 120 ଦିନ ସମୟ ଲାଗିଥାଏ । ଏବଂ ଉଭୟ ପାଇଁ ସାରର ଆବଶ୍ୟକତା ମଧ୍ୟ ସମାନ ହୋଇଥାଏ । ଏହା ଛଡ଼ା, ପୋଦିନାକୁ ରସୁଣ ଫସଲ ସହିତ ମଧ୍ୟ ଏକାଠି ଚାଷ କରିହେବ । ରସୁଣ ନଭେମ୍ବରରେ ବୁଣାଯାଇଥାଏ ଏବଂ ଦୁଇମାସ ପରେ ବିଲର ଖାଲି ଜାଗାରେ ପୋଦିନା ଲଗାଯାଇପାରିବ, ଯାହାଦ୍ୱାରା ଚାଷୀ ଦୁଇଗୁଣା ଲାଭ ପାଇପାରିବେ । ତା’ଛଡ଼ା, ଚାଷୀ ଆଖୁ ସହିତ ବି ପୋଦିନା ଚାଷ କରିପାରିବେ ।
ରୋଗ ଓ ତାହାର ଦମନ
ରୋଗ ଓ ତାହାର ଦମନ
ପତ୍ର ଦାଗ ରୋଗ
ପତ୍ର ଦାଗ ରୋଗ
ଏହା ଏକ କବକ ଜନିତ ରୋଗ । ପତ୍ରର ଆଖିକୁ ଦିଶୁଥିବା ଅଂଶ ଓ ପଛ ଭାଗରେ ଏହାର ଲକ୍ଷଣ ଦେଖାଦେଇଥାଏ । ଏହି ରୋଗ କାରଣରୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ । ଏହାକୁ ପ୍ରତିରୋଧ କରିବା ପାଇଁ କପର୍ ଅକ୍ସିକ୍ଲୋରାଇଡ୍, ଡିଥାନେକୁ 20 K ନିର୍ଦ୍ଦେଶ ଅନୁଯାୟୀ ବ୍ୟବଧାନରେ ସ୍ପ୍ରେ କରନ୍ତୁ ।
ପାଉଁଶିଆ ରୋଗ
ପାଉଁଶିଆ ରୋଗ
ଏହା ଏକ କବକ ଜନିତ ରୋଗ । ଏହି ରୋଗରେ ଆକ୍ରାନ୍ତ ହେଲେ ଗଛରେ ଧଳା ଦାଗ ଦେଖାଦିଏ । ଗଛ ଦୁର୍ବଳ ହୋଇ ମରିଯାଏ । ଏହାର ପ୍ରତିରୋଧ ପାଇଁ ଉପଯୁକ୍ତ କବକନାଶକ ବ୍ୟବହାର କରାଯିବା ଉଚିତ୍ ।
"
ପୋକଙ୍କ ଦ୍ୱାରା ହେଉଥିବା କ୍ଷତି ଓ ତାହାର ନିୟନ୍ତ୍ରଣ
ପୋକଙ୍କ ଦ୍ୱାରା ହେଉଥିବା କ୍ଷତି ଓ ତାହାର ନିୟନ୍ତ୍ରଣ
ସଁବାଳୁଆ
ସଁବାଳୁଆ
ସୁଣ୍ଡି ପୋକର ପ୍ରଭାବ ଥଣ୍ଡା ଅଞ୍ଚଳରେ ଅଧିକ ହୋଇଥାଏ । ଗଛରେ 3 ସେମି ଲମ୍ବା ଈଷତ୍ ହଳଦିଆ ମାଟିଆ ରଙ୍ଗର ଶୂକ ଦେଖିବାକୁ ମିଳିପାରିବ ଯାହା ଗଛର ସବୁଜ ପତ୍ରଗୁଡ଼ିକୁ ଖାଇ ଅମଳକୁ ପ୍ରଭାବିତ କରିଥାଏ । ଏହାର ପ୍ରତିରୋଧ ପାଇଁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ଉପଯୁକ୍ତ କୀଟନାଶକ ପ୍ରୟୋଗ କରନ୍ତୁ ।
ଜଉପୋକ
ଜଉପୋକ
ଏହି ପୋକ ନୂଆକରି କଅଁଳିଥିବା ଗଛଗୁଡ଼ିକୁ ଆକ୍ରମଣ କରିଥାଏ ଏବଂ ଗଛରୁ ରସ ଶୋଷିନେଇଥାଏ । ଏପ୍ରିଲ-ଜୁନ୍ ମାସରେ ଏହି ପୋକଙ୍କ ପ୍ରାଦୂର୍ଭାବ ଅଧିକ ରହିଥାଏ । ଯାହାଫଳରେ ଗଛର ଅଭିବୃଦ୍ଧି ବନ୍ଦ ହୋଇଯାଏ । କ୍ଷତିକୁ କମାଇବା ପାଇଁ, ପ୍ରଭାବୀ ଫୋଲିଆର୍ ସ୍ପ୍ରେ ପ୍ରୟୋଗ କରନ୍ତୁ ।
ଅମଳ
ଅମଳ
ପୋଦିନା ଫସଲ 100 ରୁ 120 ଦିନରେ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ । ଋତୁ ଓ କିସମକୁ ନିର୍ଭର କରି ଏହି ଫସଲକୁ 2 ରୁ 3 ଥର ଅମଳ କରାଯାଇପାରିବ । ଠିକ୍ ସମୟରେ ଫସଲର ଅମଳ କରା ନ ଗଲେ ପତ୍ରରେ ଥିବା ତେଲର ପରିମାଣ ହ୍ରାସ ପାଇଥାଏ । ତେଣୁ ଫୁଲ ଧରିବାର ତୁରନ୍ତ ପରେ ପ୍ରଥମ ଅମଳ କରିନିଅନ୍ତୁ ।
ଲାଭ
ଲାଭ
ବଜାରରେ ସିଧାସଳଖ ପୋଦିନା ପତ୍ର ବିକି ଚାଷୀମାନେ ଲାଭ ଅର୍ଜନ କରିପାରିବେ । କିନ୍ତୁ ପୋଦିନା ତେଲ ବିକ୍ରି କରି ଅଧିକ ଲାଭ ଅର୍ଜନ କରାଯାଇପାରିବ । ଏକ ଏକରରୁ ସାଧାରଣତଃ 80 ରୁ 85 ଲିକ୍ଷର ପୋଦିନା ତେଲ ପ୍ରାପ୍ତ ହୋଇଥାଏ । ଏହି ତେଲ ବଜାରରେ ଲିଟର ପିଛା 1200 ରୁ 4000 ଟଙ୍କାରେ ବିକ୍ରି ହୋଇଥାଏ । ତା’ଛଡ଼ା ଅନେକ ସୌନ୍ଦର୍ଯ୍ୟ ଉତ୍ପାଦ ନିର୍ମାତା ତଥା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭଲ ଦର ଦେଇ ଏହି ତେଲକୁ ସିଧାସଳଖ ଚାଷୀଙ୍କଠାରୁ କିଣି ନେଇଥାନ୍ତି ।
ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!