ପଛକୁ
ବିଶେଷଜ୍ଞ ପ୍ରବନ୍ଧଗୁଡିକ ।
ଛତୁ ଚାଷ କେମିତି କରିବେ? ଜାଣନ୍ତୁ ସବୁକିଛି

ଛତୁ ବା ମଶରୁମ୍ ଭାରତରେ ଖୁମ୍ବ, ଖୁମ୍ବି, କାକୁମୁତ୍ତା ଆଦି ନାମରେ ମଧ୍ୟ ପରିଚିତ । ବିଗତ କିଛିବର୍ଷର ଧାରାକୁ ଦେଖିଲେ ଏହା ଜଣାପଡ଼ିଥାଏ କି ଛତୁର ଚାହିଦା ବର୍ଷକୁ ବର୍ଷ ବୃଦ୍ଧି ପାଇଆସିଛି । କିନ୍ତୁ ଚାହିଦା ଅନୁପାତରେ ତାହାର ଉତ୍ପାଦନ ବୃଦ୍ଧି ପାଇନାହିଁ । ଏହାକୁ ଧ୍ୟାନରେ ରଖି ସରକାର ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ଦ୍ୱାରା ଏବେ ଛତୁ ଚାଷ ଉପରେ ଅନେକ ଯୋଜନା ଓ ଶିକ୍ଷା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଚାଷୀମାନେ ଏହି ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଲାଭ ଉଠାଇ ନିଜର ଆୟକୁ ବୃଦ୍ଧି କରିପାରିବେ । ଏହି ଚାଷରେ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳିଥାଏ । ଭାରତରେ ସର୍ବାଧିକ ଛତୁ ଚାଷ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ରାଜ୍ୟମାନଙ୍କରେ କରାଯାଇଥାଏ ।

undefined
undefined

ଛତୁ ଉତ୍ପାଦନ ପାଇଁ ଉପଯୁକ୍ତ ଋତୁ ଓ କିସମ:-

ଛତୁ ଉତ୍ପାଦନ ପାଇଁ ଉପଯୁକ୍ତ ଋତୁ ଓ କିସମ:-

ଚାହିଦା ଏବଂ ପୋଷଣଗତ ମାନ ଦୃଷ୍ଟିରୁ ମୁଖ୍ୟତଃ ତିନିଟି ଛତୁ ଅଛି

1 ଧଳା ବୋତାମ ଛତୁ,

2 ଧିଙ୍ଗିରି ଛତୁ

3 ପାଳ ଛତୁ

ଧିଙ୍ଗିରି ଛତୁ ସେପ୍ଟେମ୍ବରରୁ ନଭେମ୍ବର ମାସରେ, ତା’ପରେ ଧଳା ବୋତାମ ଛତୁ ଫେବୃୟାରୀରୁ ମାର୍ଚ୍ଚ ମାସରେ ଏବଂ ପାଳଛତୁ ଜୁନରୁ ଜୁଲାଇ ମାସରେ ଚାଷ କରାଯାଇପାରିବ । ଏହିଭଳି ଭାବେ ଆପଣ ବର୍ଷସାରା ଛତୁ ଉତ୍ପାଦନ କରିପାରିବେ । ଛତୁ ଚାଷ ଲାଭଜନକ ହୋଇଥାଏ । ଚାଷୀମାନେ ସେମାନଙ୍କର ପାରମ୍ପରିକ ଚାଷ ସଙ୍ଗେ ସଙ୍ଗେ ସମାନ ସମୟରେ ଏହି ଚାଷ କରିପାରିବେ ।

ଛତୁ ଚାଷ ପାଇଁ ସବୁ ପ୍ରକାର ଜଳବାୟୁ ଉପଯୁକ୍ତ ଅଟେ । ଛୋଟ କୋଠରୀରୁ ଆରମ୍ଭ କରି ବଡ଼ ଜାଗାରେ ଏହି ଚାଷ କରାଯାଇପାରିବ । ଛତୁ ଚାଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଛତୁମଞ୍ଜି ଯାହାକୁ ସ୍ପନ୍ (spawn) ମଧ୍ୟ କୁହାଯାଏ । ଗହମ ଛତୁମଞ୍ଜିର ପ୍ରଥମ ଜରୁରୀ ଉପାଦାନ ଅଟେ । ଛତୁମଞ୍ଜି ପ୍ରସ୍ତୁତି ପାଇଁ ଗହମ ବ୍ୟବହୃତ ହୋଇଥାଏ । ଏଇକଥାକୁ ଧ୍ୟାନରେ ରଖନ୍ତୁ ଓ ଭଲ ଗୁଣମାନର ଗହମ ବ୍ୟବହାର କରନ୍ତୁ, ନ ହେଲେ ଛତୁର ଗୁଣମାନ ବି ଖରାପ ହେବ । ଛତୁମଞ୍ଜି ସରକାର କିମ୍ବା କୃଷି ଅନୁଷ୍ଠାନ ଦ୍ୱାରା କରାଯାଇଥିଲେ ଭଲ । ଏହା କିଲୋପିଛା 30 ରୁ 50 ଟଙ୍କାରେ ମିଳିଯାଇଥାଏ । ତା’ପରେ, ଦ୍ୱିତୀୟ ଜରୁରୀ ସାମଗ୍ରୀ ହେଉଛି 15*16 ଆକାରର ପ୍ଲାଷ୍ଟିକ୍ ବ୍ୟାଗ୍‌, ବଜାରରେ 1200 ରୁ 1500 ଟଙ୍କାରେ 100 ଖଣ୍ଡ ବ୍ୟାଗ୍ ମିଳିଯାଇଥାଏ । ତୃତୀୟ ଦରକାରୀ ଉପାଦାନ ହେଉଛି କଲଚର୍ । ଗହମ, ଧାନ, ଯବ, କପା, ନଡ଼ା ଇତ୍ୟାଦି ବ୍ୟବହାର କରି ଛତୁ ବଢ଼ାଇବା ପ୍ରକ୍ରିୟାକୁ କଲଚର୍ କୁହାଯାଏ ।

undefined
undefined

ଧିଙ୍ଗିରି ଛତୁ

ଧିଙ୍ଗିରି ଛତୁ

ଏହି କୃଷିଜାତ ଅବଶେଷଗୁଡ଼ିକୁ ବ୍ୟବହାର କରି ଛତୁ ଚାଷ କରି ଚାଷୀମାନେ ନିଜର ଆୟ ବଢ଼ାଇପାରିବେ ଏବଂ ଛତୁ ଚାଷ ଅମଳ ପରେ ସୃଷ୍ଟି ହୋଇଥିବା ଆବର୍ଜନାକୁ ଖତରେ ହିସାବରେ ବ୍ୟବହାର କରି ନିଜ ଚାଷଜମିର ଉର୍ବରତା ବୃଦ୍ଧି କରିପାରିବେ । ଏହାର ଚାଷ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବହୁଳ ମାତ୍ରାରେ କରାଯାଉଛି । ଧିଙ୍ଗିରି ବା ଶାମୁକା ଛତୁର ବିଶେଷ ଗୁଣଧର୍ମ କାରଣରୁ ଏହାର ଚାଷ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି । ଧିଙ୍ଗିରି ଛତୁ ଯେକୌଣସି ପ୍ରକାର କୃଷିଜାତ ଅବଶେଷରୁ ଉତ୍ପାଦନ କରାଯାଇପାରିବ । ଏହାର ଫସଲ ଚକ୍ର 45-60 ଦିନ ଏବଂ ଏହାକୁ ଶୀଘ୍ର ଶୁଖାଯାଇପାରିଥାଏ ।

ନଡ଼ା ବିଶୋଧନ

ନଡ଼ା ବିଶୋଧନ

ଛତୁ ଚାଷ ପାଇଁ, ନଡ଼ାର ବିଶୋଧନ କରାଯିବା ଜରୁରୀ ହୋଇଥାଏ । ବ୍ୟବହାର କରାଯାଉଥିବା ନଡ଼ାରେ କୌଣସି ପ୍ରକାର ବୀଜାଣୁ, ଅଣୁଜୀବ ନ ରହିବା ଜରୁରୀ । ନଡ଼ା ବିଶୋଧନର ଏକ ଲୋକପ୍ରିୟ ପଦ୍ଧତି ହେଉଛି ସାଧାରଣ ଗରମ ପାଣିରେ ବିଶୋଧନ କରିବା । ପାଣିକୁ ଏକ ବଡ଼ ଡେକଚି କିମ୍ବା ଡ୍ରମ୍ (50 - 60 ସି)ରେ ରଖି ଗରମ କରନ୍ତୁ ଓ ତାହାକୁ 20 ରୁ 30 ମିନିଟ ପାଇଁ ସିଝାନ୍ତୁ । ନଡ଼ାକୁ ଏକ ସଫା ଫଏଲ୍ କିମ୍ବା ଲୁହାଜାଲି ଉପରେ ବିଛାନ୍ତୁ । ନଡ଼ା ଭଲଭାବେ ଥଣ୍ଡା ହେବା ପରେ ସ୍ପନ୍ ମିଶାନ୍ତୁ । ଏହା ସବୁଠାରୁ ଶସ୍ତା ଓ ସହଜ ପଦ୍ଧତି ଅଟେ ।

undefined
undefined

ରାସାୟନିକ ପଦ୍ଧତି

ରାସାୟନିକ ପଦ୍ଧତି

ଏହି ପଦ୍ଧତିରେ, ନଡ଼ାକୁ କାର୍ବେନଡାଜିମ୍ ଏବଂ ଫର୍ମାଲିନ ଦ୍ୱାରା ବିଶୋଧନ କରାଯାଇଥାଏ । ପ୍ରଥମେ, ଏକ 200 ଲିଟର ଡ୍ରମ୍ ରେ 90 ଲିଟର ପାଣି ଢଳାଯାଏ । ତା’ପରେ, ଡ୍ରମ୍ ରେ 7.5 ଗ୍ରାମ୍ କାର୍ବେନଡାଜିମ୍ ଏବଂ 125 ମିଲି ଫର୍ମାଲିନ୍ ମିଶାଯାଏ । ସେଥିରେ 10-12 କିଲୋ ନଡ଼ା ପକାଯାଏ । ତା’ପରେ, ଡ୍ରମ୍ କୁ ଏକ ପ୍ଲାଷ୍ଟିକ୍ ଫଏଲ୍ ଦେଇ 14-16 ଘଣ୍ଟା ପାଇଁ ଘୋଡ଼ାଇ ଦିଆଯାଏ । 14-16 ଘଣ୍ଟା ବିତିଗଲେ, ନଡ଼ାକୁ କାଢ଼ି ଏକ ପ୍ଲାଷ୍ଟିକ୍ କିମ୍ବା ଲୁହା ଜାଲି ଉପରେ 2-4 ଘଣ୍ଟା ପାଇଁ ରଖାଯାଏ । ଏହାଦ୍ୱାରା ନଡ଼ାରୁ ଅତିରିକ୍ତ ପାଣି ନିଗିଡ଼ିଯାଇଥାଏ । ଏହି ନଡ଼ାକୁ ତା’ପରେ ଛତୁ ଚାଷ ପାଇଁ ବ୍ୟବହାର କରାଯାଇଥାଏ ।

undefined
undefined

ବୁଣା

ବୁଣା

ବୁଣିବା ପୂର୍ବରୁ, ଯେଉଁ କୋଠରୀରେ ଛତୁ ଚାଷ କରାଯାଉଥିବ ତାହାକୁ 2% ଫର୍ମାଲିନ ଦ୍ୱାରା ବିଶୋଧନ କରାଯିବା ଉଚିତ୍ । 50 କିଗ୍ରା ନଡ଼ା ପାଇଁ, 5 କିଗ୍ରା ମଞ୍ଜି ଦରକାର ହୁଏ । ମନେରଖନ୍ତୁ ଯେ, ମଞ୍ଜିଗୁଡ଼ିକ 20 ଦିନରୁ ଅଧିକ ପୁରୁଣା ହୋଇ ନ ଥିବା ଆବଶ୍ୟକ । ଖରାଋତୁ କିମ୍ବା ଶୀତଋତୁ ଅନୁଯାୟୀ ଉପଯୁକ୍ତ ପ୍ରଜାତିର ଛତୁ ଚୟନ କରାଯିବା ଆବଶ୍ୟକ । ବୁଣିବା ପାଇଁ, ଏକ 4 କିଲୋ ଓଜନ ସମ୍ଭାଳିପାରୁଥିବା ପଲିଥିନ୍ ବ୍ୟାଗରେ 4 କିଲୋ ଓଦା ନଡ଼ା ଓ ପାଖାପାଖି 100 ଗ୍ରାମ୍ ମଞ୍ଜି ଭର୍ତ୍ତି କରନ୍ତୁ । ବ୍ୟାଗ ମଧ୍ୟକୁ ପବନ ଯେପରି ପ୍ରବେଶ ନ କରେ ଏଥିପାଇଁ ଧ୍ୟାନ ଦିଅନ୍ତୁ । ଏବେ ପଲିଥିନକୁ ଭାଙ୍ଗ କରନ୍ତୁ ଓ ଏକ ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧିଦିଅନ୍ତୁ । ଏହାପରେ, ପଲିଥିନ୍ ବ୍ୟାଗ୍ ଚାରିପଟେ 5 ମିମି ଆକାରର 10-15ଟି କଣା କରନ୍ତୁ ।

undefined
undefined

ବୁଣିବା ପରେ

ବୁଣିବା ପରେ

ମଞ୍ଜି ବୁଣିବା ପରେ, ବ୍ୟାଗ୍ ଗୁଡ଼ିକୁ ଏକ ବିଶୋଧିତ କୋଠରୀରେ ରଖାଯିବା ଉଚିତ୍ ଏବଂ 2ରୁ 4 ଦିନ ପରେ, ବ୍ୟାଗ୍ ର ନିରୀକ୍ଷଣ କରାଯିବା ଆବଶ୍ୟକ । ଯଦି କୌଣସି ବ୍ୟାଗ୍ ରେ ସବୁଜ, କଳା କିମ୍ବା ନୀଳ ରଙ୍ଗର ଶିଉଳି ଲାଗିଥାଏ ତେବେ ଏପରି ବ୍ୟାଗ୍ କୁ କୋଠରୀରୁ କାଢ଼ିଆଣି ନଷ୍ଟ କରିଦିଅନ୍ତୁ । ବ୍ୟାଗ୍ କିମ୍ବା କୋଠରୀର ତାପମାତ୍ରା 30°ସେଲସିୟସ୍ ରୁ ଅଧିକ ହେଲେ କୋଠରୀର କାନ୍ଥ ଓ ଛାତରେ ଦିନକୁ ଦୁଇ କିମ୍ବା ତିନିଥର ପାଣିରେ ଭିଜାନ୍ତୁ କିମ୍ବା ଏକ କୁଲର୍ ବ୍ୟବହାର କରନ୍ତୁ ।

ବ୍ୟାଗ୍ ଭିତରେ ଯେପରି ପାଣି ଜମା ନ ହୁଏ ଏଥିପ୍ରତି ଯତ୍ନ ନିଆଯିବା ଉଚିତ୍ । ପ୍ରାୟ 15ରୁ 25 ଦିନରେ, ଛତୁର କବକ ନଡ଼ାରେ ବ୍ୟାପିବା ଆରମ୍ଭ କରିବ ଓ ବ୍ୟାଗ୍ ର ରଙ୍ଗ ଧଳା ଦିଶିବ । ଏହା ଘଟିଲେ, ପଲିଥିନ୍ କୁ କାଢ଼ିନିଆଯିବା ଆବଶ୍ୟକ । ଖରାଋତୁ (ଏପ୍ରିଲ-ଜୁନ)ରେ ପଲିଥିନ୍ କୁ ସମ୍ପୂର୍ଣ୍ଣ ଭାବେ କଢ଼ାଯିବା ଉଚିତ ହୋଇ ନ ଥାଏ କାରଣ ବ୍ୟାଗରେ ଆର୍ଦ୍ରତା ହାନିର ସମ୍ଭାବନା ଥାଏ । ପଲିଥିନ୍ କଢ଼ାଯିବା ପରେ, ଛତୁ ଫୁଟିବା ପାଇଁ କୋଠରୀ ଓ ବ୍ୟାଗ୍ ଉପରେ ଦିନରେ ଦୁଇ କିମ୍ବା ତିନି ଧର ପାଣି ଛିଞ୍ଚାଯିବା ଆବଶ୍ୟକ । କୋଠରୀରେ ପାଖାପାଖି 6 ରୁ 8 ଘଣ୍ଟା ପାଇଁ ଆଲୋକ ରହିବା ଓ କୋଠରୀରେ ଟ୍ୟୁବଲାଇଟ୍ ର ବ୍ୟବସ୍ଥା ରହିଥିବା ଆବଶ୍ୟକ ।

undefined
undefined

ଅମଳ

ଅମଳ

ପ୍ରାୟ 15ରୁ 25 ଦିନ ପରେ କିମ୍ବା ବାହ୍ୟ ଧାର ବା ଗିଲ ଟେକି ହୋଇଯାଇଥିବା ଛତୁଗୁଡ଼ିକୁ ପ୍ରଥମେ ଅମଳ କରାଯିବା ଉଚିତ୍ । ଛତୁକୁ ତଳଆଡ଼ୁ ଧରି ସାମାନ୍ୟ ବୁଲାଇ ତୋଳାଯାଇଥାଏ । ଦ୍ୱିତୀୟ ଅମଳ ପ୍ରଥମ ଅମଳର 8-10 ଦିନ ପରେ କରାଯାଇପାରିବ । ଏହିଭଳି ଉପାୟରେ ତିନିଥର ଅମଳ ହାସଲ କରାଯାଇପାରିବ । ଏକ କିଲୋ ନଡ଼ା ପାଖାପାଖି 600ରୁ 650 ଗ୍ରାମ୍ ର ଅମଳ ଦେଇଥାଏ ।

undefined
undefined

ସଂରକ୍ଷଣ / ବଜାର

ସଂରକ୍ଷଣ / ବଜାର

ଅମଳର ତୁରନ୍ତ ପରେ ଛତୁକୁ ବ୍ୟାଗ୍ ରେ ରଖାଯିବା ଉଚିତ୍ ନୁହେଁ । ସେଗୁଡ଼ିକୁ ଅମଳର ପ୍ରାୟ 3 ଘଣ୍ଟା ପରେ ପ୍ୟାକ୍ କରାଯିବା ଉଚିତ୍ । ଏହି ଛତୁଗୁଡ଼ିକୁ ସମ୍ପୂର୍ଣ୍ଣ ଶୁଖିଲା ଅବସ୍ଥାରେ ବିକ୍ରି କରାଯାଇପାରିବ । ଛତୁ ଚାଷ ପାଇଁ ବ୍ୟାଗ୍ ପିଛା 10-15 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ବଜାରରେ ଛତୁ କିଲୋପ୍ରତି 200ରୁ 300 ଟଙ୍କାରେ ବିକ୍ରି ହୋଇଥାଏ ।

undefined
undefined

ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!

undefined
undefined

ଆମର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।

ଫାର୍ମ ଅନ୍-ଦି: ରିଅଲ୍-ଟାଇମ୍ ମାର୍କେଟ ଡାଟା, ଯେକୌଣସି ସମୟରେ, ଆମର ଆପ୍ ସହିତ ଯେକୌଣସି ସ୍ଥାନରେ ପ୍ରବେଶ କରନ୍ତୁ । ଆପଣଙ୍କ ଭାଷାରେ ମଧ୍ୟ ଉପଲବ୍ଧ ।

google play button
app_download
stars ଅନ୍ୟାନ୍ୟ ମାଗଣା ବୈଶିଷ୍ଟ୍ୟଗୁଡିକ। stars
ବର୍ତ୍ତମାନ ଆପ୍ ଡାଉନଲୋଡ୍ କରନ୍ତୁ।