ପଛକୁ
ବିଶେଷଜ୍ଞ ପ୍ରବନ୍ଧଗୁଡିକ ।
ଫସଲ ଅମଳକୁ ବୃଦ୍ଧି କରିବାରେ ମହୁମାଛିଙ୍କ ମହତ୍ତ୍ୱ

ଅନେକ ଜାଗାରେ ଚାଷୀମାନେ ପରାଗସଙ୍ଗମକୁ ସୁବିଧାଜନକ କରିବା ପାଇଁ ମହୁମାଛି ପାଳନ କରିଥାନ୍ତି । ଏହି ମହୁମାଛିଗୁଡ଼ିକ ବ୍ୟବସାୟିକ ଫସଲର ମୁଖ୍ୟ ପରାଗ ସଙ୍ଗମକାରୀ ହୋଇଥାନ୍ତି । ବଣୁଆ ମହୁମାଛିମାନେ ମଧ୍ୟ ପରାଗ ସଙ୍ଗମ କାମ କରିଥାନ୍ତି । ପରାଗ ସଙ୍ଗମକାରୀଙ୍କୁ କୀଟନାଶକ ଦ୍ୱାରା ଯେପରି କ୍ଷତି ନ ପହଞ୍ଚେ ଏଥିପ୍ରତି ଯତ୍ନ ନିଆଯିବା ଆବଶ୍ୟକ । ଆଜି, ଆମେ ଖାଉଥିବା ଅନେକ ଖାଦ୍ୟ ଉଦ୍ଭିଦଜାତ ଅଟେ ଏବଂ ସେଗୁଡ଼ିକ ମଧ୍ୟରୁ 70% ଉତ୍ପାଦର ଉତ୍ପାଦନ ପାଇଁ ପରାଗ ସଙ୍ଗମକାରୀଙ୍କ ଆବଶ୍ୟକତା ରହିଥାଏ । କେତେକ ଫସଲର ପରାଗ ସଙ୍ଗମ ପବନ ଦ୍ୱାରା ହୋଇଯାଏ, କିନ୍ତୁ ପରାଗ-ସଙ୍ଗମକାରୀଙ୍କ ଉପସ୍ଥିତି ଥିଲେ ସେଥିରେ ଫଳଧାରଣର ହାର ବଢ଼ିଯାଇଥାଏ ।

ମହୁମାଛିଙ୍କ କୀଟନାଶକକୁ ସୁରକ୍ଷା ଦିଅନ୍ତୁ

ମହୁମାଛିଙ୍କ କୀଟନାଶକକୁ ସୁରକ୍ଷା ଦିଅନ୍ତୁ

undefined

1. କୀଟ/ପୋକ, ଅନାବନା/ଅନିଷ୍ଟକାରୀ ଘାସ ଓ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରାଯାଇଥାଏ । କେତେକ ଅଞ୍ଚଳରେ କୀଟନାଶକର ପ୍ରୟୋଗ ଅପରିହାର୍ଯ୍ୟ ହୋଇଥାଏ । ହେଲେ, କେତେକ କୀଟନାଶକ ପରାଗ-ସଙ୍ଗମକାରୀ କୀଟଙ୍କ ପାଇଁ ବିଷାକ୍ତ ହୋଇଥାଏ । ମହୁମାଛି ଏହିପରି ଏକ ଉପକାରୀ କୀଟ ଅଟେ । ତେଣୁ, ମହୁମାଛିମାନେ ଯେପରି ଏପରି ବିଷାକ୍ତ ଉତ୍ପାଦ ସଂସ୍ପର୍ଶରେ ନ ଆସନ୍ତି ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ୍ । କୀଟନାଶକ କ’ଣ ତାହା ତାହାର ନାମରୁ ଜାଣିହୋଇଯାଏ । କୀଟନାଶକର ଉଦ୍ଦେଶ୍ୟ ହେଉଛି କୀଟ/ପୋକ/ପତଙ୍ଗମାନଙ୍କର ଦମନ କରିବା । କିନ୍ତୁ ତାହା ମହୁମାଛି ଭଳି କେତେକ ଉପକାରୀ କୀଟଙ୍କ ପାଇଁ ବିଷାକ୍ତ ହୋଇପାରେ । କୀଟନାଶକ କିଣିବା ସମୟରେ, ସେହି ଉତ୍ପାଦର ଲେବୁଲରେ ତାହା ମହୁମାଛିଙ୍କ ପ୍ରତି କେତେ ବିଷାକ୍ତ ପଢ଼ିନିଅନ୍ତୁ । ତା’ଛଡ଼ା ଉତ୍ପାଦକୁ ପ୍ରୟୋଗ କରିବାର ଉପଯୁକ୍ତ କୌଶଳ ଏବଂ ମହୁମାଛିଙ୍କ ସଂସ୍ପର୍ଶକୁ ନ୍ୟୂନତମ ରଖିବା ପାଇଁ ତାହାକୁ ପ୍ରୟୋଗ କରାଯିବାର ସମୟ ନିର୍ଘଣ୍ଟକୁ ପଢ଼ି ବୁଝିନିଅନ୍ତୁ ।

2. ମହୁମାଛିମାନେ ଚାଷଜମିରେ ଗଛକୁ ଗଛ ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି ଓ ଏହି ସମୟରେ ଗଛରେ ପଡ଼ିଥିବା କୀଟନାଶକର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ସେମାନଙ୍କର ମୃତ୍ୟୁ ଘଟିଥାଏ । ତା’ଛଡ଼ା ଖାଦ୍ୟସଂଗ୍ରହ ବେଳେ ତାଙ୍କ ଶରୀରରେ କୀଟନାଶକ ଲାଗିଥାଏ ଓ ସେମାନେ ଫେଣାକୁ ଫେରିଲେ ସେହି ବିଷାକ୍ତ କୀଟନାଶକ ସଂସ୍ପର୍ଶରେ ଆସି ଅନ୍ୟ ମହୁମାଛିମାନେ ମଧ୍ୟ ମରିଯାନ୍ତି । ମହୁମାଛିମାନେ ଯେପରି କୀଟନାଶକ ସଂସ୍ପର୍ଶରେ ନ ଆସନ୍ତି ଓ ଗଛରୁ କୀଟନାଶକ ଅବଶେଷ ନେଇ ମହୁଫେଣାକୁ ନ ଫେରନ୍ତି ଏହା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ।

  1. ମହୁମାଛିମାନେ ଚାଷଜମିରେ ଗଛକୁ ଗଛ ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି ଓ ଏହି ସମୟରେ ଗଛରେ ପଡ଼ିଥିବା କୀଟନାଶକର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ସେମାନଙ୍କର ମୃତ୍ୟୁ ଘଟିଥାଏ । ତା’ଛଡ଼ା ଖାଦ୍ୟସଂଗ୍ରହ ବେଳେ ତାଙ୍କ ଶରୀରରେ କୀଟନାଶକ ଲାଗିଥାଏ ଓ ସେମାନେ ଫେଣାକୁ ଫେରିଲେ ସେହି ବିଷାକ୍ତ କୀଟନାଶକ ସଂସ୍ପର୍ଶରେ ଆସି ଅନ୍ୟ ମହୁମାଛିମାନେ ମଧ୍ୟ ମରିଯାନ୍ତି । ମହୁମାଛିମାନେ ଯେପରି କୀଟନାଶକ ସଂସ୍ପର୍ଶରେ ନ ଆସନ୍ତି ଓ ଗଛରୁ କୀଟନାଶକ ଅବଶେଷ ନେଇ ମହୁଫେଣାକୁ ନ ଫେରନ୍ତି ଏହା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ।
undefined
undefined

3. ମହୁମାଛିମାନେ ସାଧାରଣତଃ ସକାଳବେଳା କିମ୍ବା ସଅଳ ଉପରବେଳାରେ ପରାଗ ଖାଇଥାନ୍ତି । ତେଣୁ ଖାଦ୍ୟ ସଂଗ୍ରହ କରୁଥିବା ମହୁମାଛିଙ୍କ ଉପରେ କୀଟନାଶକର ପ୍ରତ୍ୟକ୍ଷ ପ୍ରଭାବର ସମ୍ଭାବନାକୁ ହ୍ରାସ କରିବା ପାଇଁ କୀଟନାଶକର ସିଞ୍ଚନ ସନ୍ଧ୍ୟା ସମୟରେ କରାଯିବା ଉଚିତ୍ । ପରାଗସଙ୍ଗମ ଅବଧିରେ କୀଟନାଶକକୁ ସିଧାସଳଖ ଫୁଲ ଉପରେ ସିଞ୍ଚନ କରନ୍ତୁ ନାହିଁ ।

  1. ମହୁମାଛିମାନେ ସାଧାରଣତଃ ସକାଳବେଳା କିମ୍ବା ସଅଳ ଉପରବେଳାରେ ପରାଗ ଖାଇଥାନ୍ତି । ତେଣୁ ଖାଦ୍ୟ ସଂଗ୍ରହ କରୁଥିବା ମହୁମାଛିଙ୍କ ଉପରେ କୀଟନାଶକର ପ୍ରତ୍ୟକ୍ଷ ପ୍ରଭାବର ସମ୍ଭାବନାକୁ ହ୍ରାସ କରିବା ପାଇଁ କୀଟନାଶକର ସିଞ୍ଚନ ସନ୍ଧ୍ୟା ସମୟରେ କରାଯିବା ଉଚିତ୍ । ପରାଗସଙ୍ଗମ ଅବଧିରେ କୀଟନାଶକକୁ ସିଧାସଳଖ ଫୁଲ ଉପରେ ସିଞ୍ଚନ କରନ୍ତୁ ନାହିଁ ।
undefined
undefined

4. ମହୁମାଛିଙ୍କ ପ୍ରତି ବିଭିନ୍ନ କୀଟନାଶକର ବିଷାକ୍ତତାର ମାତ୍ରା ଭିନ୍ନ ଭିନ୍ନ ହୋଇଥାଏ । କେଉଁଟି ଅଧିକ କ୍ଷତି ପହଞ୍ଚାଉଥିବାବେଳେ କେଉଁଟି କମ୍ କ୍ଷତି କରିଥାଏ । ତେଣୁ, ଦମନ କରିବାକୁ ଚାହୁଁଥିବା ପୋକ/କୀଟଙ୍କ ଦମନ ପାଇଁ ପ୍ରଭାବୀ ତଥା ମହୁମାଛିଙ୍କ ପ୍ରତି କମ୍ ବିଷାକ୍ତତା ରହିଥିବା ଉତ୍ପାଦ ଚୟନ କରନ୍ତୁ । ପ୍ରୟୋଗର ପଦ୍ଧତି ଏବଂ ପ୍ରୟୋଗର ପରିମାଣ ଉପରେ ବିଶେଷ ଧ୍ୟାନ ରଖିଲେ ମହୁମାଛିଙ୍କ ପ୍ରତି କୀଟନାଶକର ସମ୍ଭାବ୍ୟ ନକାରାତ୍ମକ ପ୍ରଭାବ ହ୍ରାସିତ ହୋଇଥାଏ ।

  1. ମହୁମାଛିଙ୍କ ପ୍ରତି ବିଭିନ୍ନ କୀଟନାଶକର ବିଷାକ୍ତତାର ମାତ୍ରା ଭିନ୍ନ ଭିନ୍ନ ହୋଇଥାଏ । କେଉଁଟି ଅଧିକ କ୍ଷତି ପହଞ୍ଚାଉଥିବାବେଳେ କେଉଁଟି କମ୍ କ୍ଷତି କରିଥାଏ । ତେଣୁ, ଦମନ କରିବାକୁ ଚାହୁଁଥିବା ପୋକ/କୀଟଙ୍କ ଦମନ ପାଇଁ ପ୍ରଭାବୀ ତଥା ମହୁମାଛିଙ୍କ ପ୍ରତି କମ୍ ବିଷାକ୍ତତା ରହିଥିବା ଉତ୍ପାଦ ଚୟନ କରନ୍ତୁ । ପ୍ରୟୋଗର ପଦ୍ଧତି ଏବଂ ପ୍ରୟୋଗର ପରିମାଣ ଉପରେ ବିଶେଷ ଧ୍ୟାନ ରଖିଲେ ମହୁମାଛିଙ୍କ ପ୍ରତି କୀଟନାଶକର ସମ୍ଭାବ୍ୟ ନକାରାତ୍ମକ ପ୍ରଭାବ ହ୍ରାସିତ ହୋଇଥାଏ ।
undefined
undefined

5. ଭିନ୍ନ କୀଟନାଶକର ଭିନ୍ନ ଭିନ୍ନ ବିଘଟନ ସ୍ତର ଓ ଅବଶେଷ ଉପାଦାନ କ୍ରିୟା ରହିଥାଏ । କମ୍ ସମୟରେ ବିଘଟିତ ହେଉଥିବା ତଥା କମ୍ ଅବଶେଷ ଉପାଦାନ କ୍ରିୟା ରହିଥିବା କୀଟନାଶକ ଚୟନ କରିବା ଉପାଦେୟ ସାବ୍ୟସ୍ତ ହୋଇଥାଏ । ପରାଗ-ସଙ୍ଗମକାରୀଙ୍କ ଉପରେ କୀଟନାଶକ କିପରି ପ୍ରଭାବ ପକାଇଥାଏ ସେ ସମ୍ପର୍କିତ ସୂଚନା ସବୁବେଳେ ଉତ୍ପାଦର ଲେବୁଲରୁ ପଢ଼ିନିଅନ୍ତୁ ।

  1. ଭିନ୍ନ କୀଟନାଶକର ଭିନ୍ନ ଭିନ୍ନ ବିଘଟନ ସ୍ତର ଓ ଅବଶେଷ ଉପାଦାନ କ୍ରିୟା ରହିଥାଏ । କମ୍ ସମୟରେ ବିଘଟିତ ହେଉଥିବା ତଥା କମ୍ ଅବଶେଷ ଉପାଦାନ କ୍ରିୟା ରହିଥିବା କୀଟନାଶକ ଚୟନ କରିବା ଉପାଦେୟ ସାବ୍ୟସ୍ତ ହୋଇଥାଏ । ପରାଗ-ସଙ୍ଗମକାରୀଙ୍କ ଉପରେ କୀଟନାଶକ କିପରି ପ୍ରଭାବ ପକାଇଥାଏ ସେ ସମ୍ପର୍କିତ ସୂଚନା ସବୁବେଳେ ଉତ୍ପାଦର ଲେବୁଲରୁ ପଢ଼ିନିଅନ୍ତୁ ।
undefined
undefined

6. ମହୁଫେଣାଗୁଡ଼ିକ ଯେପରି କୀଟନାଶକ ସିଞ୍ଚନ ବା ସ୍ପ୍ରେ ସମୟରେ ସୁରକ୍ଷିତ ରହେ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଜୋର୍ ପବନ ବୋହୁଥିବା ସମୟରେ ସ୍ପ୍ରେ କରାଗଲେ ଏହି ସମସ୍ୟାର ସମ୍ଭାବନା ଅଧିକ ହୋଇଥାଏ, ତେଣୁ ଏହି ସମୟରେ ସିଞ୍ଚନ କରିବାକୁ ଏଡ଼ାନ୍ତୁ । ଆହୁରି ମଧ୍ୟ, ମହୁଫେଣା ଆଡ଼କୁ ଉଡ଼ୁଥିବା ପବନରେ ସ୍ପ୍ରେ କରନ୍ତୁ ନାହିଁ ।

  1. ମହୁଫେଣାଗୁଡ଼ିକ ଯେପରି କୀଟନାଶକ ସିଞ୍ଚନ ବା ସ୍ପ୍ରେ ସମୟରେ ସୁରକ୍ଷିତ ରହେ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଜୋର୍ ପବନ ବୋହୁଥିବା ସମୟରେ ସ୍ପ୍ରେ କରାଗଲେ ଏହି ସମସ୍ୟାର ସମ୍ଭାବନା ଅଧିକ ହୋଇଥାଏ, ତେଣୁ ଏହି ସମୟରେ ସିଞ୍ଚନ କରିବାକୁ ଏଡ଼ାନ୍ତୁ । ଆହୁରି ମଧ୍ୟ, ମହୁଫେଣା ଆଡ଼କୁ ଉଡ଼ୁଥିବା ପବନରେ ସ୍ପ୍ରେ କରନ୍ତୁ ନାହିଁ ।
undefined
undefined

ମହୁମାଛିଙ୍କ କାର୍ଯ୍ୟଦକ୍ଷତାକୁ କ’ଣ ପ୍ରଭାବିତ କରିଥାଏ

ମହୁମାଛିଙ୍କ କାର୍ଯ୍ୟଦକ୍ଷତାକୁ କ’ଣ ପ୍ରଭାବିତ କରିଥାଏ

ମହୁମାଛିଙ୍କ ଜନସଂଖ୍ୟା ଅନେକ କାରଣରୁ ପ୍ରଭାବିତ ହୋଇଥାଏ । ଏହା ପ୍ରଭାବିତ ହେବାର ସବୁଠାରୁ ବଡ଼ କାରଣ ହେଉଛି କୀଟନାଶକର ଉପଯୋଗ ଏବଂ ପ୍ରତିକୂଳ ପାଣିପାଗ ପରିସ୍ଥିତି । ମହୁମାଛିଙ୍କୁ ଆଜି ବି ବ୍ୟବସାୟିକ ଫସଲ ପାଇଁ ଭରସାଯୋଗ୍ୟ ପରାଗ-ସଙ୍ଗମକାରୀ ରୂପେ ବିବେଚନା କରାଯାଇଥାଏ । ମହୁମାଛିଙ୍କ ପ୍ରସଙ୍ଗରେ ଏକ ସକରାତ୍ମକ କଥା ହେଉଛି ସେମାନଙ୍କର ପରିଚାଳନା କରାଯାଇପାରିବ । ଖାଦ୍ୟ ଉତ୍ସର ଉପଲବ୍ଧତାକୁ ସୁନିଶ୍ଚିତ କରି ଏବଂ ମହୁମାଛିଙ୍କୁ କୀଟନାଶକ ସଂସ୍ପର୍ଶରେ ଆସିବାରୁ ସୁରକ୍ଷା ଯୋଗାଇ ସ୍ଥାନୀୟ ମହୁମାଛିଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇପାରିବ ।

ମହୁମାଛି ପାଳନରେ, କ୍ଷେତ୍ର ପିଛା ପର୍ଯ୍ୟାପ୍ତ ସଂଖ୍ୟକ ଫେଣା/କଲୋନୀ ଯୋଗାଇବା ଏବଂ ବିଲରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହାଦ୍ୱାରା ଫସଲରେ ପରାଗ ସଙ୍ଗମ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଗଛରେ ଫୁଟୁଥିବା ଫୁଲର ପ୍ରକାର ଓ ତାହାର ସଂଖ୍ୟା ତଥା ପରାଗ ବିଚ୍ଛୁରିତ ହେବା ପଦ୍ଧତିକୁ ଆଧାର କରି ଭିନ୍ନ ଭିନ୍ନ ଫସଲ ଭିନ୍ନ ଭିନ୍ନ ସଂଖ୍ୟାର ମହୁମାଛି ଆବଶ୍ୟକ କରନ୍ତି ।

କାକୁଡ଼ିରେ ପୃଥକ ଅଣ୍ଡିରା ଓ ମାଈ ଫୁଲ ରହିଥାଏ ଓ ତାହାର ପରାଗ ପବନରେ ଉଡ଼ି ନ ଥାଏ । କାକୁଡ଼ି ପାଇଁ, ଏକର ପିଛା ଅତି କମରେ 2ରୁ 3ଟି ମହୁଫେଣା ଆବଶ୍ୟକ ହୋଇଥାଏ । ଅନ୍ୟାନ୍ୟ ଫସଲ ପାଇଁ ଏକର ପିଛା ଅତି କମରେ ଗୋଟିଏ ମହୁଫେଣା ବଜାୟ ରଖିବା ଉପାଦେୟ ହୋଇଥାଏ ।

ଫେଣାଗୁଡ଼ିକୁ ବିଲର ପରିସୀମାରେ ତିନି-ତିନିଟି ମହୁଫେଣା ସମୂହରେ ରଖାଯିବା ଆବଶ୍ୟକ । ବିଲର ଯେଉଁ ମୁଣ୍ଡରୁ ପବନ ବିଲ ମଧ୍ୟକୁ ପ୍ରବାହିତ ହୁଏ, ସେହି ମୁଣ୍ଡରେ କଲୋନୀ ରଖାଗଲେ, ମହୁମାଛି ସେହି ବିଲରେ ଖାଦ୍ୟ ସଂଗ୍ରହ କରିବା ଓ ପରାଗ ସଙ୍ଗମ କରିବାର ସମ୍ଭାବନା ବୃଦ୍ଧି ପାଇଥାଏ । କିନ୍ତୁ ଯଦି ମହୁଫେଣାଗୁଡ଼ିକ ଫସଲ ବିଲରୁ ଓଲଟା ଦିଗକୁ ପବନ ବହୁଥିବା ମୁଣ୍ଡରେ ରଖିଲେ ସେମାନେ ଅନ୍ୟାନ୍ୟ ଖାଦ୍ୟ ଉତ୍ସ ସନ୍ଧାନ ପାଇଁ ଆକର୍ଷିତ ହେବେ ।

ପରାଗ ସଙ୍ଗମ ପାଇଁ ମହୁମାଛି ପାଳନ

ପରାଗ ସଙ୍ଗମ ପାଇଁ ମହୁମାଛି ପାଳନ

ମହୁମାଛି ପାଳନ, ଚାଷୀମାନଙ୍କ ଅମଳକୁ ବୃଦ୍ଧି କରିବା ସହିତ ତାଙ୍କ ପାଇଁ ଏକ ବିକଳ୍ପ ରୋଜଗାର ପନ୍ଥା ମଧ୍ୟ ହୋଇପାରିବ । ପାଳନ ସ୍ଥାନଟି ଭଲ ଜଳ ନିଷ୍କାସନର ସୁବିଧା ଥିବା ଖୋଲା ଜାଗା ହୋଇଥିବା ଉଚିତ୍, ଏହା ପ୍ରଚୁର ଫୁଲ ଓ ପରାଗ ରହିଥିବା ବଗିଚା/ତୋଟା ନିକଟରେ ହେବା ବାଞ୍ଛନୀୟ । ଉତ୍ତମ ମହୁମାଛି ପାଳନ ପଦ୍ଧତି, ଗୁଣାତ୍ମକ ମହୁମାଛିଙ୍କ ଚୟନ, କଲୋନୀ ରଖିବା ସ୍ଥାନ, ଋତୁକାଳୀନ ପରିଚାଳନା ସମ୍ବନ୍ଧୀୟ ବିବରଣୀ/ସୂଚନା/ଉପଦେଶ ପାଇଁ ଦୟାକରି ଆପଣଙ୍କର ନିକଟତମ କୃଷି ବିଜ୍ଞାନ କେନ୍ଦ୍ର ସହିତ ପରାମର୍ଶ କରନ୍ତୁ । ଦେଶରେ ‘‘ମଧୁର ବିପ୍ଳବ’’ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଭିଯାନ ଭିତ୍ତିରେ ବୈଜ୍ଞାନିକ ଭାବେ ମହୁମାଛି ପାଳନର ସର୍ବାଙ୍ଗୀନ ପ୍ରଚାରପ୍ରସାର ଓ ବିକାଶ ଲାଗି ଭାରତ ସରକାର 2 ବର୍ଷ ପାଇଁ ‘‘ରାଷ୍ଟ୍ରୀୟ ମହୁମାଛି ପାଳନ ଏବଂ ମହୁ ମିଶନ୍ (NBHM)’’ ନାମକ ଏକ ନୂଆ କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ।

undefined
undefined

ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!

ଆମର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।

ଫାର୍ମ ଅନ୍-ଦି: ରିଅଲ୍-ଟାଇମ୍ ମାର୍କେଟ ଡାଟା, ଯେକୌଣସି ସମୟରେ, ଆମର ଆପ୍ ସହିତ ଯେକୌଣସି ସ୍ଥାନରେ ପ୍ରବେଶ କରନ୍ତୁ । ଆପଣଙ୍କ ଭାଷାରେ ମଧ୍ୟ ଉପଲବ୍ଧ ।

google play button
app_download
stars ଅନ୍ୟାନ୍ୟ ମାଗଣା ବୈଶିଷ୍ଟ୍ୟଗୁଡିକ। stars
ବର୍ତ୍ତମାନ ଆପ୍ ଡାଉନଲୋଡ୍ କରନ୍ତୁ।